ବନ୍ଦ କରନ୍ତୁ

ୱେବସାଇଟ୍ ନୀତି

ବ୍ୟବହାରିକ ନିବନ୍ଧନ

ବଲାଙ୍ଗିର ୱେବସାଇଟର ବିଷୟବସ୍ତୁ ପରିଚାଳନା କରୁଛି ।

ଯଦିଓ ଏହି ୱେବସାଇଟର ବିଷୟବସ୍ତୁକୁ ନିର୍ଭୁଲ ଓ ବିସ୍ତୃତ ଭାବେ ପ୍ରଚଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି,ଏହି ତଥ୍ୟସବୁକୁ ଆଇନଗତ ଦୃଷ୍ଟିକୋଣରୁ ବିବୃତି ଭାବେ ନିଆଯାଇପାରିବ ନାହିଁ କିମ୍ବା ଆଇନଗତ ବୈଧ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନହିଁ ।

ଏହି ପୋର୍ଟାଲରୁ ତଥ୍ୟର ବ୍ୟବହାର କାରଣରୁ ଯଦି କାହାକୁ କ୍ଷତି ଘଟେ ତେବେ ,କୌଣସି ଘଟଣାରେ ବଲାଙ୍ଗିର ଜିଲ୍ଲା ଏଥି ନିମନ୍ତେ ହୋଇଥିବା ପରିଣାମଗତ ବା ପରୋକ୍ଷଭାବେ ହୋଇଥିବା ଅପରିସୀମ ଖର୍ଚ୍ଚ , କ୍ଷତି ବା ନଷ୍ଟ ପାଇଁ ଦାୟୀ ରହିବନାହିଁ ।

ଏହି ପୋର୍ଟାଲରୁ ଅନ୍ୟ ୱେବସାଇଟକୁ ସଂଯୋଗ ବ୍ୟବସ୍ଥା (ଲିଙ୍କ) ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ କରାଯାଇଛି । ସବୁ ସମୟରେ ସେହିସବୁ ଲିଙ୍କ ପୃଷ୍ଠା ଉପଲବ୍ଧ ଅଛି କି ନାହିଁ , ସେସବୁର ସ୍ଥାୟିତ୍ଵ ସଂପର୍କରେ ଆମ୍ଭେ ଲିଖିତ ପ୍ରତିଶ୍ରୁତି ବା ପ୍ରତ୍ୟାଭୂତି (ଗ୍ୟାରେଣ୍ଟି) ଦେଇପାରିବୁ ନାହିଁ ।

ଏହି ନିବନ୍ଧନ ଓ ସର୍ତ୍ତ ଭାରତୀୟ ଆଇନ ଅନୁସାରେ ନିୟନ୍ତ୍ରଣ ଓ ବ୍ୟାଖ୍ୟା କରାଯିବ । ନିବନ୍ଧନ ଓ ସର୍ତ୍ତକୁ ନେଇ କୌଣସି ବିବାଦ ଦେଖାଦେଲେ ତାହା ଭାରତୀୟ ନ୍ୟାୟାଳୟମାନଙ୍କର କ୍ଷମତା ପରିସର ବିଷୟଭୁକ୍ତ ହେବ ।

ପ୍ରକାଶନ ସ୍ଵତ୍ଵ

ଏହି ୱେବସାଇଟରେ ଉପଲବ୍ଧ ତଥ୍ୟ ଆମ୍ଭମାନଙ୍କଠାରୁ ଇ-ମେଲ ଯୋଗେ ଉପଯୁକ୍ତ ଭାବେ ଅନୁମତି ନିଆଯାଇ ନିଃଶୁଳ୍କ ପୁନରୁତ୍ପାଦନ କରାଯାଇପାରିବ । କିନ୍ତୁ, ଲେଖା ବା ବିଷୟବସ୍ତୁ ମର୍ଯ୍ୟାଦା ହାନିକାରକ ବା ବିପଥ ଗାମୀ ନ ହୋଇ ଠିକ ଭାବରେ ଉତ୍ପନ୍ନ ହେବା ଆବଶ୍ୟକ । ଯେଉଁସବୁ ବିଷୟଗୁଡିକ ପ୍ରକାଶିତ ହେବା ବା ଅନ୍ୟମାନଙ୍କୁ ପ୍ରଦାନ କରାଯିବ ,ସେସବୁର ମୂଳ ଉତ୍ସ ପରିସ୍କାର ଭାବରେ ସ୍ଵୀକୃତି ହେବା ବିଧେୟ । ତୃତୀୟ ପକ୍ଷର ସ୍ଵତ୍ଵ ଭାବେ ଚିହ୍ନଟ ହୋଇଥିବା ବିଷୟବସ୍ତୁକୁ ପୁନରୁତ୍ପାଦନ ପାଇଁ ସ୍ଵତ୍ଵାଧିକାର ଅନୁମତି ସଂପ୍ରସାରିତ କରାଯାଇପାରିବନାହିଁ । ଏହି ବିଷୟବସ୍ତୁକୁ ପୁନରୁତ୍ପାଦନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ବା ସ୍ଵତ୍ଵାଧିକାରୀମାନଙ୍କ ଠାରୁ ପ୍ରାଧିକରଣ କରିବାକୁ ପଡିବ ।

ଗୋପନୀୟତା ରକ୍ଷା ନୀତି

ଏହି ୱେବ ସାଇଟ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କଲା ପରି କୌଣସି ନିର୍ଦ୍ଦିଷ୍ଟ ସୂଚନା ଯଥା-ନାମ, ଦୁରଭାଷା ନମ୍ବର,ଇ-ମେଲ ଠିକଣା ଆଦି ଆପଣଙ୍କଠାରୁ ସ୍ଵୟଂକ୍ରିୟ ଭାବେ ଅଧିକୃତ କରନ୍ତି ନାହିଁ ।

ଯଦି ୱେବସାଇଟ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରନ୍ତି, ତେବେ କେଉଁ ଉଦ୍ଦେଶ୍ୟରେ ତାହା ସଂଗ୍ରହ କରିବାକୁ ଚାହୁଁଛନ୍ତି, ଆପଣଙ୍କୁ ଜଣାଇବାକୁ ପଡିବ ଯଥା ମତାମତ ଫର୍ମ ସହିତ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବେ ।

ଆମ୍ଭେ ୱେବସାଇଟରେ ସ୍ଵେଚ୍ଛାକୃତ ଭାବେ ଉପଲବ୍ଧ କାହାର ବ୍ୟକ୍ତିଗତ ସ୍ଵତନ୍ତ୍ରତାକୁ ଚିହ୍ନଟ କଲାପରେ ସୂଚନାକୁ କୌଣସି ତୃତୀୟ ପକ୍ଷ (ସରକାରୀ ବା ବେସରକାରୀ)ଙ୍କୁ ବିକ୍ରୟ ବା ଭାଗ ହେବାକୁ ଦେଉନାହୁଁ । ଏହି ୱେବସାଇଟକୁ ଯୋଗା ଯାଇଥିବା ସୂଚନା ହଜିବା, ଅପବ୍ୟବହାର, ଅନଧିକୃତ ବ୍ୟବହାର କିମ୍ବା ପ୍ରକଟ, ପରିବର୍ତ୍ତନ କିମ୍ବା ନଷ୍ଟ ହେବାରୁ ସୁରକ୍ଷିତ ରହିବା ।

ଆମେ କେତେକ ସୂଚନା ବ୍ୟବହାରକାରୀ (ୟୁଜର)ଙ୍କଠାରୁ ସଂଗ୍ରହ କରିଥାଉ ଯଥା ଇଣ୍ଟରନେଟ ପ୍ରୋଟୋକଲ (ଆଇ.ପି.) ଠିକଣା, ନିୟନ୍ତ୍ରକ (ଡୋମେନ)ଙ୍କ ନାମ, ବ୍ରାଉଜର ପ୍ରକାର, ଅପରେଟିଙ୍ଗ ସିଷ୍ଟମ, ଯେଉଁ ପୃଷ୍ଠା ପରିଦର୍ଶନ କରିଛନ୍ତି, ତାହାର ତାରିଖ ଓ ସମୟ । ଆମେ ଏହି ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ସ୍ଵତନ୍ତ୍ରତାକୁ ଆମ ୱେବସାଇଟକୁ ପରିଦର୍ଶନ କରୁଥିବା ବ୍ୟକ୍ତିର ପରିଚୟ ସହିତ ଯୋଡିବା ପାଇଁ କୌଣସି ପ୍ରକାର ଉଦ୍ୟମ କରୁନାହିଁ, ଯେ ପର୍ଯ୍ୟନ୍ତ ସାଇଟ ନଷ୍ଟ ହେବା ଉଦ୍ୟମ ହୋଇଥିବା ଜଣାନପଡେ ।

ହାଇପର ଲିଙ୍କିଙ୍ଗ ପଲିସି

ୱେବସାଇଟକୁ ବାହାରେ ଥିବା ଅନ୍ୟ ବୃହତ ୱେବସାଇଟ ବା ପୋର୍ଟାଲ ସହିତ ସଂଯୋଗ ନୀତି

ଏହି ୱେବସାଇଟର ଅନେକ ସ୍ଥାନରେ ଆପଣ ଅନ୍ୟ ୱେବସାଇଟ/ ପୋର୍ଟାଲ ସହିତ ଯୋଡା ଯାଇଥିବା (ଲିଙ୍କ) ଦେଖିବାକୁ ପାଇବେ । ଏହା ଆପଣଙ୍କର ସୁବିଧା ଦୃଷ୍ଟିରୁ କରାଯାଇଛି । ଆମେ ଏହି ଲିଙ୍କ ସବୁବେଳେ କାର୍ଯ୍ୟକ୍ଷମ ଅଛି ବୋଲି ପ୍ରତ୍ୟାଭୁତ(ଗ୍ୟାରେଣ୍ଟି) ଦେଇପାରିବୁ ନାହିଁ ଏବଂ ଲିଙ୍କ ପୃଷ୍ଠାଗୁଡିକ ପ୍ରତି ଆମର ନିୟନ୍ତ୍ରଣ ନାହିଁ ।