ଶିଳ୍ପ ଓ ହସ୍ତଶିଳ୍ପ
ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର
ଉଦେଶ୍ୟ/ଲକ୍ଷ
୧୯୭୮ ମସିହାରେ ଜିଲ୍ଲା ଶିଳ୍ପକେନ୍ଦ୍ର ବଲାଙ୍ଗିର ସ୍ଥାପିତ ହୋଇଅଛି । ଏହାର ମୁଖ୍ୟ ଉଦେଶ୍ୟ ବଲାଙ୍ଗିର ଜିଲ୍ଲା ର ଜନ ସାଧାରଣଙ୍କୁ ଏବଂ ଶିଳ୍ପଦ୍ୟୋଗୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବୈଷୟିକ ସହାୟତା ଯୋଗାଇ ଦେବା ଯଥା – ପ୍ରକଳ୍ପ ବିବରଣୀ ପ୍ରସ୍ତୁତି, ଶିଳ୍ପଜାତ ଦ୍ରବ୍ୟର କିଣାବିକା କରାଇବା ନିମନ୍ତେ ସୁଯୋଗ ସାହାୟତା ପ୍ରଦାନ କରାଇବା, ଶିଳ୍ପ ପ୍ରତିଷ୍ଠାନ ନିମନ୍ତେ ସରକାରୀ ଜମି ଯୋଗାଇଦେବା , ବ୍ୟାଙ୍କରୁ ଋଣ ଅର୍ଥ ସହାୟତା ଯୋଗାଇଦେବା, ଶିଳ୍ପଦ୍ୟୋଗୀ ମାନଙ୍କୁ ତାଲିମ ପ୍ରଦାନ କରାଇବାଏବଂ ଅନ୍ୟାନ୍ୟ ଆବଶ୍ୟକ ପଡୁଥିବା ଜ୍ଞାନ କୌଶଳ ଯୋଗାଇଦେବା ନିମନ୍ତେ କାର୍ଯ୍ୟକରି ଅସୁଅଛି ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୁମିକା
- ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସଫଳ ଶିଳ୍ପଦ୍ୟୋଗୀ ଏବଂ ସଫଳ ପ୍ରକଳ୍ପ ଚୟନ କରିବା ।
- ସଫଳ ଶିଳ୍ପ ନିମନ୍ତେ ଆଚଂଳିକ ଚାହିଦା ଅନୁଯାୟୀ ସର୍ବେକ୍ଷଣ, ତଥା ଉପଯୁକ୍ତ ଶିଳ୍ପ ପ୍ରତିଷ୍ଠା କରାଇ ତାହାର ନବିକରଣ କରାଇବା ।
- ଶିଳ୍ପଦ୍ୟୋଗୀ ମାନଙ୍କୁ ଇ.ଆଇ.ଏନ, ପ୍ରଦାନ କରାଇବା, ଉପଯୁକ୍ତ ଭିତିକ ପ୍ରମାଣ ପତ୍ର ଯୋଗାଇ ଦେବା,ଏବଂ ଉଦ୍ୟୋଗ ଆଧାର ପ୍ରଦାନ କରାଇବା ।
- ଉପଯୁକ୍ତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ପ୍ରଦାନ କରାଇବା ।
- ବୈଷୟିକ ପରାମର୍ଶ କେନ୍ଦ୍ରକୁ ସଶକ୍ତି କରଣ କରି ଶିଳ୍ପଦ୍ୟୋଗୀ ମାନଙ୍କର ସମାସ୍ୟା ସମାଧାନ କରାଇବା ।
- କ୍ଷୁଦ୍ର ଶିଳ୍ପ ବିଭାଗର ସମୟାନୁଯାୟୀ ବିଭିନ୍ନ ପ୍ରକାର ତଥ୍ୟ ଅପ୍ଡେଟ କରିବା
- ଶିଳ୍ପଦ୍ୟୋଗୀ ମାନଙ୍କୁ ଆର୍ଥିକ ଋଣ ସହାୟତା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ବ୍ୟାଙ୍କକୁ ଋଣ ଦରଖାସ୍ତ ମାନ ପ୍ରେରଣ କରାଇବା ।
- ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରୀ ଜମି ଏବଂ ସିଙ୍ଗିଲ ଉଇଣ୍ଡୋ ମାଧ୍ୟ୍ୟମରେ ପ୍ରଦାନ କରାଇବା ।
- ଶିଳ୍ପଦ୍ୟୋଗୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବିଦ୍ୟୁତ ତ୍ସଂଯୋଗିକରଣ ସୁପାରିଶ କରିବା ।
- ଶିଳ୍ପଦ୍ୟୋଗୀ ମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରାଇବା ।
- ଶିଳ୍ପଦ୍ୟୋଗୀ ମାନଙ୍କର ଅଧିକ ଜ୍ଞ୍ୟାନ କୌଶଳ ଆହରଣ ନିମନ୍ତେ ବିଭିନ୍ନ ପ୍ରକାର ଶିଳ୍ପ ପ୍ରଦର୍ଶନି, ଶିଳ୍ପମେଳା ମାନ ଆୟୋଜନ କରାଇବା ଏବଂ ରାଜ୍ୟରେ ଓ ରାଜ୍ୟ ବାହାରେ ହେଉଥିବା ବୃହତ ଶିଳ୍ପ ପରିଦର୍ଶନ ରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରାଇବା ।
- ଶିଳ୍ପ ସହାୟତା କେନ୍ଦ୍ର ମାଧ୍ୟ୍ୟମରେ ଶିଳ୍ପଦ୍ୟୋଗୀ ମାନଙ୍କର ସମାସ୍ୟା ସମାଧାନ କରାଇବା ।
- ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କର ଅବସ୍ଥିତି ସମ୍ବନ୍ଧରେ ବୁଝିବା ।
- ସରକାରଙ୍କର ବିଭିନ୍ନ ପ୍ରୋସ୍ସାହନ ଯୋଜନାରେ ଶିଳ୍ପ ସଂସ୍ଥା ମାନଙ୍କୁ ଅନ୍ତର୍ଭୁକ୍ତ କରାଇବା ।
- ପ୍ରଧାନ ମନ୍ତ୍ରୀ ସୃଜନ ଯୋଜନା କର୍ଯ୍ୟକାରୀ କରାଇବା ।
- ପୁରୁଣା ଶିଳ୍ପ ସଂସ୍ଥା ମାନଙ୍କୁ ନବିକରଣ କରାଇବା ।
- ବ୍ୟାଙ୍କର ଅନଦାୟ ଋଣ ଆଦାୟ ନିମନ୍ତେ ଋଣ ମେଳା କରିବା , ସାର୍ଟିଫିକେଟ କେସ୍କରି ଋଣ ଆଦାୟ କରିବାରେ ବ୍ୟାଙ୍କ ମାନଙ୍କୁ ସହାୟତା କରାଇବା ।
ସାଙ୍ଗଠନିକ ଗଠନ ପ୍ରଣାଳୀ
ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିରରେ ଜଣେ ,ସାଧାରଣ ପରିଚାଳକ ଯିଏ କି ଜଣେ (ବରିଷ୍ଠ ପ୍ରଥମ ଶ୍ରେଣୀ) ଅଧିକାରୀ ଅବସ୍ଥାପିତ କରାଯାଇଥାଏ ।
- ତାଙ୍କ ଅଧିନରେ ଜଣେ ହସ୍ତ ଓ କୁଟୀର ଶିଳ୍ପ ଅଧିକାରୀ (କନିଷ୍ଠ ପ୍ରଥମ ଶ୍ରେଣୀ )
- ସହକାରୀ ପରିଚାଳକ (ଦ୍ୱୀତିୟ ଶ୍ରେଣୀ) ଓ
- ଶିଳ୍ପ ବିକାଶ ଅଧିକାରୀ ( ତୃତିୟ ଶ୍ରେଣୀ) ବିଭିନ୍ନ ବ୍ଲକ ସ୍ତର ରେ ନିୟୋଜିତ ଅଛନ୍ତି । ଏମାନଙ୍କୁ ବ୍ଲକ ସ୍ତରରେ କ୍ଷୁଦ୍ର ଶିଳ୍ପ, ହସ୍ତ ଓ କୁଟୀର ଶିଳ୍ପ ଇତ୍ୟାଦିର ସଫଳ ରୁପାୟନ କରିବା ନିମନ୍ତେ ମୁତୟନ କରାଯାଇ ଅଛି ।
- ଜିଲ୍ଲା ସ୍ତରରେ ଜଣେ ଶିଳ୍ପ ପର୍ଯ୍ୟବେକ୍ଷକ(୧)ଜଣ ।
- ଶିଳ୍ପ ସଂପ୍ରସାରଣ ଅଧିକାରୀ (୧) ଜଣ ।
- ଓଡିଶା ଖଦୀ ଓ ଗ୍ରାମ ଉଦ୍ଯୋଗ ବୋର୍ଡର ପର୍ଯ୍ୟବେକ୍ଷକ (୧) ଜଣ କାର୍ଯ୍ୟ କରିଥାନ୍ତି ।
- ସହକାରୀ ପରିଚାଳକ
- ଜଣେ ହିସାବ ରକ୍ଷକ
- ବରିଷ୍ଠ ଷ୍ଟେନୋଗ୍ରାଫର ୧ ଜଣ
- ବରିଷ୍ଠ କିରାଣୀ ୨ ଜଣ
- କନିଷ୍ଠ ଷ୍ଟେନୋଗ୍ରାଫର ୧ ଜଣ
- କନିଷ୍ଠ କିରାଣୀ ୨ ଜଣ
- ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ୧୫ ଜଣ ।
ଅଣୁ ,କ୍ଷୁଦ୍ର ,ମଧ୍ୟମ ଶିଳ୍ପ ଯୋଜନା
ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ବିଭାଗ ମାଧ୍ୟମରେ ଜିଲ୍ଲାରେ ବିଭିନ୍ନ ଯୋଜନାର ବିକାଶ ନିମନ୍ତେ କର୍ଯ୍ୟ କରୁଅଛି । ଓଡିଶା ସରକାରଙ୍କର ଆଇ.ପି.ଆର-୨୦୧୫ ଅନୁଯାୟି ଜିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ଅନେକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଅଛି ।
- ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ କ୍ଷୁଦ୍ର ଶିଳ୍ପସଂଖ୍ୟା – ୧୧୫୧
- ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ବୃହତ /ମଧ୍ୟମ ଶିଳ୍ପ ସଂଖ୍ୟା – ୬
ପ୍ରଧାନ ମନ୍ତ୍ରୀ ରୋଜଗାର ସୃଜନ ଯୋଜନା(ଯୋଗ୍ୟତା)-
- ବୟଷ ସିମା-୧୮ ବର୍ଷରୁଉର୍ଦ୍ଧ ।
- କୌଣସି ଆୟର ସିମା ନାହିଁ ।
- ପ୍ରକଳ୍ପ ମୂଲ୍ୟ –ସେବା ଭିତିକ ପ୍ରକଳ୍ପ ସର୍ବାଧିକ ଟ୧୦,୦୦୦୦୦/- ଏବଂ ବାଣିଜ୍ୟ ଭିତିକ ପ୍ରକଳ୍ପ ସର୍ବାଧିକ ଟ୨୫,୦.୦୦୦/-
- ଶିକ୍ଷାଗତ ଯୋଗ୍ୟତା-(ପ୍ରକଳ୍ପମୂଲ୍ୟ ଟ୧୦,୦.୦୦୦/-ରୁ ତଦୁର୍ଦ୍ଧ ବାଣିଜ୍ୟ ଭିତିକ ଶିଳ୍ପ ଏବଂ ପ୍ରକଳ୍ପ ମୂଲ୍ୟ ଟ୫,୦୦.୦୦୦/-ରୁ ତଦୁର୍ଦ୍ଧ ସେବା ଭିତିକ ଶିଳ୍ପ ) ଅନ୍ୟୁନ ଅଷ୍ଟମ ପାସ୍ ।
- ନୂତନ ପ୍ରକଳ୍ପ ପ୍ରତିଷ୍ଠାନ ନିମନ୍ତେ ପ୍ରଯୁଜ୍ୟ ।
- ସ୍ୱୟଁ ସହାୟକ ଦଳ ଯେଉଁମାନେ ଋଣ ଆଗରୁ ନେଇ ନ ଥିବେ ସେମାନେ ଆବେଦନ କରିପାରିବେ
- ସମବାୟ ସଂସ୍ଥା ଯାହା ୧୮୬୦ ଧାରା ଅନୁଯାୟି ପଞ୍ଜୀକୃତ ହୋଇଥିବ ।
- ଦାତବ୍ୟ ଅନୁଷ୍ଠାନ ।
- ପୂର୍ବରୁ ସ୍ଥାପିତ କୌଣସି ଶିଳ୍ପ ସରକାରୀଙ୍କ ସବସିଡ ପାଇଥିଲେ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବେ ନାହିଁ ।
- ଉକ୍ତ ଯୋଜନାରେ ଗ୍ରାମାଚଂଳର ସାଧାରଣ ବର୍ଗର ପୁରୁଷ ମାନଙ୍କ ନିମନ୍ତେ ଶତକଡା ୨୫% ଛାଡ । ଏହା ବ୍ୟତିତ ସମସ୍ତ ମହିଳା ଓ ଅନ୍ୟାନ୍ୟ ପଛୁଆ ବର୍ଗ ର ହିତାଧିକାରୀ ମାନଙ୍କ ପାଇଁ ଶତକଡା ୩୫% ଛାଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଅଛି ।
- ସହରାଚଂଳର ସାଧାରଣ ପୁରୁଷ ବର୍ଗଙ୍କ ପାଇଁ ଶତକଡା ୧୫% ଏବଂ ମହିଳା ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ନିମନ୍ତେ ଶତକଡା ୨୫% ଛାଡର ବ୍ୟବସ୍ଥା କରାଯାଇଅଛି ।
- ଗୋଟିଏ ପରିବାରରୁ ଜଣେ ମାତ୍ର ହିତାଧିକାରୀ ଉକ୍ତ ଯୋଜକନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
- ବିଗତ ୧୬-୧୭ ଆର୍ଥିକ ବର୍ଷଠାରୁ ଉକ୍ତ ଯୋଜନା ଅନ ଲାଇନ ରେ ଉପଲବ୍ଧ ଅଛି । ଏହାର ୱେବ୍ସାଇଟ www.kvic.gov.in
ବଲାଙ୍ଗିର ଜିଲ୍ଲାରେ କାର୍ଯକ୍ଷମ ଥିବାବିଭିନ୍ନ ପ୍ରକଳ୍ପର ତାଲିକା
କ୍ରମିକ ସଂଖ୍ୟା | ଶିଳ୍ପ ର ବିଭାଗ | ଏକକ ର ସଂଖ୍ୟା |
---|---|---|
୧ | ଏଲୁମିନିୟମ ବାସନ | ୮ |
୨ | ସ୍ବାଚାଲିତ ବେକିରି ୟୁନିଟ୍ | ୧୨ |
୩ | ସ୍ବାଚାଲିତ ଚାଉଲ ମିଲ୍ | ୬୫ |
୪ | ସ୍ବଚାଲିତ ଅପ୍ ସାଇଟ୍ ପ୍ରିଣ୍ବିଙ୍ଗ | ୬ |
୫ | ଆୟୁର୍ବେଦିକ ଔଷଧ | ୧ |
୬ | ଶିତ ଗୃହ | ୨ |
୭ | କୁଲର | ୨୦ |
୮ | ମକାର କ୍ଷୁଦ୍ର ଖଣ୍ଡ ସମୁହ | ୨ |
୯ | କପା ଜିନିଙ୍ଗ ମିଲ୍ | ୧୧ |
୧୦ | ନିର୍ମଲକାରକ ପାଉଡର ଓ କେକ୍ | ୨ |
୧୧ | ଡିଜିଟାଲ କଲର ଲେବ୍ | ୩ |
୧୨ | ଇଂଜିନିୟରିଙ୍ଗ କାରଖାନା | ୨୦ |
୧୩ | ବେନର ପ୍ରିଣ୍ଟିଙ୍ଗ | ୬ |
୧୪ | ଅଟା ମିଲ୍ | ୪ |
୧୫ | ଫ୍ଲାଏ ଆଶ ଇଟା | ୩୦ |
୧୬ | ରତ୍ନ କାଟିବା ଓ ପାଲିସ୍ କରିବା | ୨ |
୧୭ | ଗ୍ରାନାଇଟ୍ କାଟିବା ଓ ପାଲିସ୍ କରିବା | ୧୧ |
୧୮ | ଗ୍ରାଫାଇଟ୍ କୃଷିବଲ | ୧ |
୧୯ | ଗ୍ରାଫାଇଟ୍ ଲାଭକାରି ସ୍ବଯନ୍ତ୍ର | ୧୨ |
୨୦ | ଗୁଡାଖୁ କାରଖାନା | ୨ |
୨୧ | ହସ୍ତତନ୍ତ ବୁଣିବା କାରଖାନା | ୮ |
୨୨ | ଗରମ ମିଶ୍ରଣ ସ୍ବଯନ୍ତ୍ର | ୨ |
୨୩ | ହୋଟେଲ ଓ ଲଜ୍ | ୧୬ |
୨୪ | ଚମଡା ଚପଲ | ୪ |
୨୫ | ନୂତନ ତେଲ ମିଲ୍ | ୨ |
୨୬ | ତେଲ ମିଲ୍ | ୭ |
୨୭ | ପୁଟିଳି ପିଇବା ପାଣି | ୨ |
୨୮ | ଔଷଧ ବିତରଣ ବିଭାଗ | ୧ |
୨୯ | ଫିନାଇଲ୍ | ୨ |
୩୦ | ପତ୍ର କପ୍ ଓ ସ୍ବଯନ୍ତ୍ର ଏମ୍ଏଫ୍ ଜି ପେପର ପ୍ଲେଟ | ୧୨ |
୩୧ | ପ୍ଲାଷ୍ଟିକ ଗ୍ଲାସ | ୨ |
୩୨ | ପରିଷ୍କୃତ ବସ୍ତ୍ରାଳୟ | ୫ |
୩୩ | ଉପରିକର ଚାଉଲ | ୧୨ |
୩୪ | ଷ୍ଟିଲ ସାମଗ୍ରି ସହିତ ଗରମ କୋଠରି | ୩ |
୩୫ | ପଥର କ୍ରସର | ୧୫ |
୩୬ | ଘାସ ଉନ୍ ରୁ ତୁଆରି ଦରି | ୩ |
୩୭ | ଥର୍ମେ ଥଣ୍ଡା ଚାଦର | ୨ |
୩୮ | ଟ୍ରାନ୍ସଫରମର ଲଗାଇବା ଏବଂ ମରାମତି କରିବା | ୨ |
୩୯ | ଟାୟରା ପୁନରାଚ୍ଛାଦନ | ୧୦ |
୪୦ | ସିମେଇ | ୨ |
ଯୋଜନାର ସଫଳ ରୁପାୟନ ନିମନ୍ତେ ଜିଲ୍ଲାସ୍ତରରେ ନିମ୍ନଲିଖିତ ପଦେକ୍ଷପ ମାନ ଗ୍ରହଣ କରାଯାଇ ଅଛି ଯଥା-
- ନୂତନ ଶିଳ୍ପ ପୁଞ୍ଜ ଚିହ୍ନଟକରିବା ।
- I.S.I I NSIC ଶାଖା ।
- MSME (DI)/NSIC/SIDBI ମାଧ୍ୟମରେ ବୈଷୟୀକ ଉନ୍ନତି କରଣ ।
- MSME ଯୋଜନାକୁ ଆର୍ଥିକ ଅନୁଦାନ ବଢାଇ ସୁଦୃଢ କରିବା ।
- ଶିଳ୍ପଦ୍ୟୋଗୀ ମାନଙ୍କ ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯୋଗସୁତ୍ର ରକ୍ଷା କରିବା ।
- ନିୟମିତ ସିଙ୍ଗିଲ ଉଇଣ୍ଡୋ ଯୋଜନାକୁ କାର୍ଯ୍ୟକାରି କରିବା ।
- ଜିଲ୍ଲା ଶିଳ୍ପକେନ୍ଦ୍ର ସ୍ତରରେ ଡାଟାବେସ୍ ପ୍ରସ୍ତୁତ କରାଇବା ।
- ବିଭିନ୍ନ ମହାବିଦ୍ୟାଳୟ , ଶିଳ୍ପତାଲିମ କେନ୍ଦ୍ର , ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଳ୍ପ ସମ୍ବଦ୍ଧିୟ ସେମିନାର ଆୟୋଜନ କରାଇବା ।
- Ancillary I Down ଶିଳ୍ପରବିକାଶକରାଇବା ।
- ଭେଣ୍ଡର ଡେଭଲପମେଂଟ ଯୋଜନା ।
- ଶିଳ୍ପ ସଚେତନତା ଶିବିର ।
- ଜିଲ୍ଲା ଶିଳ୍ପକେନ୍ଦ୍ରର ଭିତିଭୁମିବଢାଇବା ।
- ଶିଳ୍ପଦ୍ୟୋଗୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଇ ଆଇ.ଏନ ଉତ୍ପାଦନ ପ୍ରମାଣ ପତ୍ର (Production Certificate) ପ୍ରଦାନ କରିବା ।
- ପି.ଏମ୍.ଇ.ଜି.ପି ଯୋଜନାର କର୍ମଶାଳା ଓ ସଚେତନ ଶିବିର କରାଇବା ।
- ପଂଚାୟତ ସମିତିସ୍ତରରେ ଇ.ଡ.ପି.ଯୋଜନା କାର୍ଯ୍ୟକାରୀ କରାଇବା ।
- ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରିବା ।
- ଅନ୍ ଲାଇନ୍ ମାଧ୍ୟମରେ ଶିଳ୍ପଦ୍ୟୋଗୀ ମାନଙ୍କୁ ବିଭନ୍ନ ପ୍ରୋତ୍ସାହନ ଯୋଗାଇଦେବା ।
ଜିଲ୍ଲା ର ସର୍ବୋଚ୍ଚ ଅଧିକାରୀ
ସାଧାରଣ ସଞ୍ଚାଳକ ( ଜେନରେଲ ମେନେଜର )
ଜିଲ୍ଲା ଶିଳ୍ପ କେନ୍ଦ୍ର , ବଲାଙ୍ଗିର
ଫୋନ ନଂ – ୦୬୬୫୨-୨୩୩୩୦୨
ଅଭିଯୋଗ
ପ୍ରତ୍ୟେକ ସୋମବାର , ସକାଳ ଘ ୧୦:୩୦ ମି
ଫୋନ ନଂ – ୦୬୬୫୨-୨୩୩୩୦୨
କାର୍ଯ୍ୟ।ଳୟ ଠିକଣା
ସାଧାରଣ ସଞ୍ଚାଳକଙ୍କ କାର୍ଯ୍ୟ।ଳୟ
ସିଭିଲ କୋର୍ଟ ପାଖ , ବଲାଙ୍ଗିର
ପୋ/ଜି.- ବଲାଙ୍ଗିର
ଫୋନ ନଂ – ୦୬୬୫୨-୨୩୩୩୦୨
ଇମେଲ – dicblg[at]nic.in