ବନ୍ଦ କରନ୍ତୁ

ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା

ଗ୍ରାମ୍ୟ ଗୃହ ଯୋଜନା

ସରକାର ପ୍ରଧାନମନ୍ତ୍ରି ଆବାସ ଯୋଜନା (ଗ୍ରାମ୍ୟ) ଓ ବିଜୁପକ୍କାଘର ଯୋଜନାରେ 1.30 ହଜାର ସଙ୍ଗେ ମନରେଗାରେ 95 ଦିନର କର୍ମ ନିଯୁକ୍ତି ଓ ସ୍ବଚ୍ଛ ଭାରତ ମିଶନ ରେ 12 ହଜାର ଟଙ୍କା ପ୍ରତ୍ୟକ ଗୃହ ହିତାଧିକାରି ଙ୍କୁ ଯୋଗାରେ ଦେଇଛନ୍ତି ।

ଯୋଜନା ଅନ୍ତର୍ଗତ ନିରୂପିତ ମାନଙ୍କ

ହିତାଧିକାରିଙ୍କ ପ୍ରାଥମିକତା ସ୍ବଚି ର ତଦନ୍ତ ଓ ତାହାର Uploading

ପ୍ରଧାନମନ୍ତ୍ରି ଆବାସ ଯୋଜନା (ଗ୍ରାମ୍ୟ) ହିତାଧିକାରିଙ୍କ ସୂଚୀ SECC-201 ତଥ୍ୟ ଅନୁଯାୟୀ ବାସଗୃହ ହୀନ, ଏକ କୋଠରୀ ବିଶିଷ୍ଠ କଚ୍ଚାଘର ଓ ଦୁଇ କୋଠରୀ ବିଶିଷ୍ଠ କଚ୍ଚାଘର ଅନୁଯାୟୀ ତାଲିକା ତିଆରି କରାଯାଇଛି । ଏହାପରେ ୟତର ଅଧିକାରି ସେଇତାଲିକାର ତଦନ୍ତ କରି ରିର୍ପୋଟ ପ୍ରଦାନ କରିଥାନ୍ତି । ଏହି ତଦନ୍ତରେ ଯେଉଁ ହିତାଧିକାରୀ ମାନଙ୍କର ନିମମନ୍ତେ ଯୋଗ୍ୟତା ଥାଏ ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇ ଅଗ୍ରଧିକାରୀ ତାଲିକା ତିଆରି କରାଯାଇଅଛି ।

  • ଦୁଇଚକିଆ /ତିନିଚକିଆ/ଚାରିଚକିଆ/ମାଛଧରା ଜାହାଜ ଥିଲେ ।
  • ଯାନ୍ତ୍ରିକ ତିନିଚକିଆ କିମ୍ବା ରାରିଚକିଆ କୃଷି ଉପକରଣ ଥିଲେ ।
  • କିଷାନ Credit Card 50,000/- ଟଙ୍କାରୁ ଉର୍ଦ୍ଧ ଥିଲେ ।
  • ପାରିବାରର କୌଣସି ସଦସ୍ଯ ସରକାରି ଚାକିରି କରୁଥିଲେ ।
  • ଅଣ କୃଷି ବ୍ଯବଶାୟ ରେ ସରକାରୀ ପଞ୍ଜିକୃତ ହୋଇଥିଲେ ।
  • ପରିବାରର କୌଣସି ସଦସ୍ଯଙ୍କ ମାସିକ ଆୟ 10,000/- ଟଙ୍କାରୁ ଉର୍ଦ୍ଧ ଥିଲେ ।
  • ଯଦି ଆୟକର ଦେଉଥାନ୍ତି ।
  • ଯଦି ବୃତ୍ତିଗତ କର ଦେଉଥାନ୍ତି ।
  • ଯଦି ଘରେ ଫ୍ରିଜ ଥାଏ ।
  • ଯଦି Land Line Phone ଥାଏ ।
  • ଯଦି 2.5 ଏକର କିମ୍ବା ଅଧିକ ଜଳସେଚିତ ଜମି ସହିତ ଯେକୌଣସି ଗୋଟିଏ ଜଳସେଚନ ଯନ୍ତ୍ର ଥାଏ ।
  • ଯଦି 5 ଏକର କିମ୍ବା ଅଧିକ ଜଳ ସେଚିତ ଜମିରେ ବର୍ଷକୁ ଦୁଇଥର ଚାଷ କରାଯାଉ ଥାଏ ।
  • ଯଦି 7.30 ଏକର ଜମି ସହିତ କୌଣସି ଏକ ଜଳସଚନ ଯନ୍ତ୍ର ଥାଏ ।

ଉପରୋକ୍ତ 13 ଗୋଟି ମାନଦଣ୍ଡ ଅନୁସାରେ ତଦନ୍ତ କରି ଅଯୋଗ୍ଯ ହିତାଧିକାରିଙ୍କୁ ବାଦ୍ ଦେଇ ପ୍ରତ୍ୟକ ଗ୍ରାମ ଅନୁସାରେ Parity ତାଲିକା ପ୍ରସ୍ତୁତ କରି ରିପୋଟ ପ୍ରଦାନ କରିଥାନ୍ତି । ଏହି ତାଲିକା ଜିଲ୍ଲାସ୍ତରିୟ Appellate Committee.ଯାହାର ସଭାଗତ ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହୋଇଥାଏ Appellate Committee ଦ୍ବାରା ଅନୁମୋଦିତ Parity ତାଲିକା Awaarsoff ରେ ଉପଲବ୍ଧ କରାଯାଏ । ଏହି ତଥ୍ୟ ଯୋଗ୍ୟ ହିତାଧିକାରୀଙ୍କ ପଞିକରଣ Geo- tagging ଅନୁମୋଦନ ପାଇଁ କ୍ରମାନୁସାରେ ବ୍ଯବହୃତ ହୋଇଥାଏ ।

ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ ସଙ୍ଗେ ପଞିକରଣ

ଗ୍ରାମ୍ୟ ଗୃହ ଯୋଜନା ଅଭିଯାନରେ ହିତାଧିକାରିଙ୍କୁ କ୍ରର୍ଯ୍ୟଦେଶ ଦିଆଯାଇଥାଏ । ଏହାପରେ ସଂପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ଦ୍ବାରା ପ୍ରତ୍ୟକ ହିତାଧିକାରିଙ୍କ ଆବଶ୍ୟକିୟ ନଥିପତ୍ର ଯଥା ଜମିପଟ୍ଟା, ଆଧାରକାର୍ଡ ସଂଖ୍ୟା, ବ୍ୟାଙ୍କ ଏକାଉଣ୍ଟ ନମ୍ବର ଆଦି ସଂଗୃହୀତ କରାଯାଇଥାଏ ।

ଗୃହର ଅନୁମୋଦନ ତଥା ସମ୍ପୂର୍ଣ କରଣ

ସରକାଙ୍କ ଦ୍ବାରା ଧାର୍ଯ୍ୟକାରଯାଇଥିବା 58773 ଘର ମଧ୍ୟରୁ 30447 ଘର ସମ୍ପୂର୍ଣ କରାଯାଇ ପାରିଛି ଯାହାକି 51.84 % । ଏହା ବାଦ୍ ଦେଇ ବହୁସଂଖ୍ୟାରେ ଘର ନିର୍ମାଣ ଛାତ ପର୍ଯ୍ୟନ୍ତ ହୋଇସାରିଛି । ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଓ ତାହାର ଉପଲବ୍ଧ ଆର୍ଥିକ ବର୍ଷ 2016 -17 ଏବଂ 2017-18 ପାଇଁ ନିମ୍ନମତେ ଦିଆଗଲା ।

ସଂପୂର୍ଣ୍ଣ ହୋଇଥିବା ଘର

ଅନୁମୋଦିତ ହୋଇ ଥିବା ବର୍ଷ ଅନୁଯାୟୀ
ଆର୍ଥିକ ବର୍ଷ କ୍ରମାଙ୍କ ଯୋଜନା ଲକ୍ଷ୍ୟ ସଂପୂର୍ଣ୍ଣ ହୋଇଥିବା ଘର ଅସଂପୂର୍ଣ୍ଣ ଘର ସଂଖ୍ୟା ଶତକାଡା ସଂପୂର୍ଣ୍ଣୀ କରଣ
୨୦୧୩-୧୪ 1 ଇନ୍ଦିରା ଆବାସ ଯୋଜନା 4524 4411 113 97.50%
2 ବିଜୁ ପକ୍କା ଯୋଜନା 942 926 16 98.30%
ମୋଟ 5466 5337 129 97.64%
୨୦୧୪-୧୫ 1 ଇନ୍ଦିରା ଆବାସ ଯୋଜନା 7170 6898 272 96.21%
2 ଇନ୍ଦିରା ଆବାସ ଯୋଜନା(ପୁରୁଣା) 5358 4313 1045 80.50%
3 ବିଜୁ ପକ୍କା ଯୋଜନା 1883 1819 64 96.60%
ମୋଟ 14411 13030 1381 90.42%
୨୦୧୫-୧୬ 1 ଇନ୍ଦିରା ଆବାସ ଯୋଜନା 7247 6619 628 91.33%
2 ବିଜୁ ପକ୍କା ଯୋଜନା 4426 4075 351 92.07%
ମୋଟ 11673 10694 979 91.61%
୨୦୧୬-୧୭ 1 ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ 26299 18366 7933 69.84%
2 ବିଜୁ ପକ୍କା ଯୋଜନା 2776 2041 735 73.52%
3 ନିର୍ମଳ ଶ୍ରମିକ ପକ୍କା ଘର ଯୋଜନା 25 21 4 84.00%
ମୋଟ 29100 20428 8672 70.20%
୨୦୧୭-୧୮ 1 ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ 22377 5860 16517 26.19%
2 ବିଜୁ ପକ୍କା ଯୋଜନା 375 15 360 4.00%
ମୋଟ 22752 5875 16877 25.82%
ସର୍ବମୋଟ 83402 55364 28038 66.38%

ରାଜମିତ୍ସୀ ପଶିକ୍ଷଣ ପାଇଁ ନିର୍ମାଣ ସାମଗ୍ରୀ ଯୋଗାଣ ପାଇଁ ସ୍ଥାନୀୟ ସାମର୍ଥ୍ୟ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ।

  • ରାଜମିତ୍ସୀଙ୍କ ପ୍ରଶିକ୍ଷଣ ଅସହାୟ, ବୃଦ୍ଧି ବୃଦ୍ଧା, ଅକ୍ଷମ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଘରନିର୍ମାଣ ମାଧ୍ୟମରେ ଦିଆଯାଏ ।
  • ବର୍ତ୍ତମାନ ଆର୍ଥିକ ବର୍ଷରେ 780 ରାଜମିସ୍ତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଅନ୍ୟାନ୍ୟ ହିତାଧିକାରିଙ୍କ ଘର ନିର୍ମାଣରେ ସେମାନଙ୍କୁ TAG କରାଯାଇଛି ଯତଦ୍ବାରା ଘର ସଂପୂର୍ଣ୍ଣକରଣ ଶିଘ୍ରକାଯାଇ ପାରିବ ।
  • ବିଭିନ୍ନ CDO & / ସ୍ବର୍ଣ୍ଣ ସହାୟକ ଗୋଷ୍ଠୀ ମାନଙ୍କୁ ଘରନିର୍ମାଣରେ ମଧ୍ୟ TAG କରାଯାଇଛି ।
  • ଯେଉଁ ସ୍ଥାନ ମାନଙ୍କରେ ଘର ନିର୍ମାଣ ସାମଗ୍ରୀ ଯୋଗାଣରେ କୌଣସି ପ୍ରକାର ଅଭାବ ରହିଛି, ସେହି ସ୍ଥାନ ମାନଙ୍କରେ ବିଭିନ୍ନ ବୈଷୟକ ଜ୍ଞାନ ରଖିଥିବା କର୍ମଚାରିଙ୍କୁ ମଧ୍ୟ ପ୍ରବନ୍ଧନ ପାଇଁ ଦାୟିତ୍ବ ଦିଆଯାଇଛି । ଏହା ବ୍ୟତିତ ବିଭିନ୍ନ PRI ସଭ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ହିତାଧିକାରି ମାନଙ୍କ ସମସ୍ୟ ସମାଧାନ ପାଇଁ ଅନୁରୋଧ ସହିତ ଦାୟିତ୍ବ ଦିଆଯାଇଛି ।

ହିତାଧିକାରୀଙ୍କ ଆବଶ୍ୟକ ଅନୁଯାୟୀ ଘର ନିର୍ମାଣ ସାମଗ୍ରୀ ଓ ନିର୍ମାଣ

ହିତାଧିକାରୀଙ୍କ ଆବଶ୍ୟକ ଅନୁଯାୟୀ ଘର ନିର୍ମାଣ ସାମଗ୍ରୀ ଓ ନିର୍ମାଣ ଗୁଣବତ୍ତାର ପ୍ରବନ୍ଧନ ପାଇଁ ପ୍ରତ୍ୟକ ଗ୍ରାମ ପଞ୍ଚାୟତ ରେ JE / GPTA ଦାନଙ୍କୁ TAG କରାଯାଇଅଛି । ପ୍ରତ୍ୟକ ବୌଷୟିକ କମିଚାରୀ ଅତିକମରେ 5ଟି ପ୍ରଧାନମନ୍ତ୍ରୀ ଆଦାସର ଦାୟିତ୍ବ ନେଇଛନ୍ତି, ଯେଉଁ ହିତାଧିକାରୀମାନେ ଭୂମିହୀନ, ସେମାନଙ୍କୁ 04 ଏକର ଜମି ପଟେ ତହସିଲଦାରଙ୍କ ଦ୍ବାରା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଆବଶ୍ୟକ ମତେ ଘର ନିର୍ମାଣ ପାଇଁ ପ୍ରଶିକ୍ଷିତ ରାଜମିସ୍ତୀ ମାନଙ୍କୁ ଘର ନିର୍ମାଣର ଦାୟତ୍ବ ଦିଆଯାଉଛି ।

ଅନ୍ୟାନ୍ୟ ଯୋଜନା ଯଥା ମନରେଗା IDUGKY / PMUY ଇତ୍ୟାଦି ଯୋଜନା ଗୁଡିକର ଗ୍ରାମ୍ୟ ଗୃହ ଯୋଜନାରେ ସମନ୍ବୟ ।

ପ୍ରତ୍ୟକ ହିତାଧିକାରୀ ମନରୋଗା ଓ ଜାତିୟ ଗ୍ରାମ୍ୟ ଜିବାକା ମିଶନ ଯୋଜନାରେ ସମ୍ମିଳିତ କରାଯାଇ ଜୀବନଧାରଣ ପାଇଁ ଆବଶ୍ୟକୀୟ ସୁଯୋଗ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି, ସେମାନଙ୍କୁ ଗୁହାଳଘର, କମ୍ପୋଷ୍ଟ ନିର୍ମାଣ, କ୍ବଅଁ ଇତ୍ୟାଦି ନିର୍ମାଣ ପାଇଁ ସହୟତା ଦିଆଯାଉଛି । ଏହା ବ୍ୟତିତ ସ୍ବଛାଭାରତ ମିଶନ ମାଧ୍ୟମରେ 12000/- ଟଙ୍କ ପାଇଖାନା ନିର୍ମାଣ ପାଇଁ ଓ ମନରେଗାରେ ଘର ନର୍ମଣ ପାଇଁ 35 ଦିନରେ କର୍ମନିଯୁକ୍ତ ସୁଯୋଗ ସୁବିଧା ଦିଆଯାଉଛି । ଯେଉଁ ହିତାଧିକାରି ମାନେ 8 ମାସ ମଧ୍ୟରେ ଗୃହ ନିର୍ମାଣ କରୁଛନ୍ତି । ସେମାନଙ୍କୁ 2000/- ଟଙ୍କା ଓ ଯେଉଁ ମାନେ 4 ରୁ 6 ମାସ ମଧ୍ୟରେ ନିର୍ମାଣ ସଂପୂର୍ଣ୍ଣ କୁରନ୍ତି ସେମାନଙ୍କୁ 1200/- ଟଙ୍କା ଅତିରିକ୍ତ ସହାୟତ ରାଶି ପ୍ରଦାନ କରାଯାଉଛି । ହିତାଧିକାରୀ 4 ମାସ ମଧ୍ୟରେ ନିର୍ମାଣ ସଂମ୍ପୁଣ୍ଠ ତଦାରଖ କରୁଥିବା ସ୍ବୟଂ ସହାୟକ ଗୋଷ୍ଠିଙ୍କୁ 900 ଟଙ୍କାର ସହାୟତା ରାଶି ଦିଆ ଯାଉଛି ।

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏସ. ଜି. ଏନ. ଆର. ଇ. ଜି. ଏ )

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ 2005 ମସିହ ଅଗଷ୍ଟ 25 ତାରିଖ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ରେ ପରିଣତ ହେଲା । ଗ୍ରାମଞ୍ଚଳରେ ବାସ କରୁଥିବା ସମସ୍ତ ଅଣ କୁମନୀ ଶ୍ରମିକ ମାନଙ୍କୁ ବର୍ଷକୁ 100 ଦିନର କାମ ଯୋଗାଇ ଦେବା ସହିତ ସେମାନଙ୍କର ଜୀବନ ଉନ୍ନତ ଆଣିବା ଏହି ଆଇନ ର ମୁଖ୍ୟ ଲକ୍ଷ୍ୟ ଥିଲା । ସରକାରୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରାଜ୍ୟ ସରକାରଙ୍କର ତତ୍ତ୍ବାବଧାନରେ ଏହି ଯୋଜନା କୁ ସୁପରିଚାଳିତ କରୁଛି ।

ଗ୍ରାମାଞ୍ଚଳ ରେ ବାସ କରୁଥିବା ସମସ୍ତ ଗରିବ ଲୋକ ମାନଙ୍କର ଦାରିଦ୍ର୍ୟ ଦୂରୀକରଣ କରିବା ସହିତ ସେମାନଙ୍କୁ ବର୍ଷକୁ 100 ଦିନର ମଜୁରୀ ଯୋଗାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ଅଣ କୁଶଳୀ ଶ୍ରମିକ ମାନଙ୍କୁ ତାଙ୍କ କାମ କରିବାର 15 ଦିନ ମଧ୍ୟରେ ତାଙ୍କର ପାରିଶ୍ରମିକ ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ ।

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କେବଳ ଯେ ଗୋଟିଏ ଯୋଜନା ତାହା ନୁହେଁ ବରଂ ହୋଇ ଅନେକ ଗୁଡିଏ ଉଦ୍ଧେଶ୍ୟ ମଧ୍ୟ ରହିଛି ଯଥା ଦୀର୍ଘସ୍ଥାୟୀ ମୂଲ୍ୟବାନ ସମ୍ପତ୍ତି ଶୃଷ୍ଟି କରିବା ଯାହା ପରିବେଶର କାମରେ ଆସୁଥିବା ସଠିକ ରୂପରେ ଜୀବିକା ପରିପୋଷଣ କରିବା ଦେଶାନ୍ତର କୁ ରୋକିବା । ମହିଳା ମାନଙ୍କର କର୍ମ ତଥା ଅନ୍ଯ କ୍ଷେତ୍ରରେ ଅଂଶ ଗ୍ରହଣ । ଅନୁସୂଚିତ ଜାତି ଓ ଜନଜାତି ଓ ଲୋକ ମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଆଇନ ଯାହା ଲୋକ ମାନଙ୍କୁ ତାଙ୍କରପାରିଶ୍ରମିକ ଠିକ୍ ଭାବରେ ପ୍ରଦାନ କରିଥାଏ ।

ଗ୍ରାମଞ୍ଚଳରେ ବାସ କରୁଥିବା ପ୍ରତ୍ୟେକ ପରିବାର ଗୋଟିଏ ଜବକାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି । ଯେଉଁଥିରେ ପରିବାର ର ସମସ୍ତ ସାବାଳକ ବ୍ୟକ୍ତି ବିଶେଷଙ୍କର ନାମ ଏବଂ ଫଠୋ ରହିଥାଏ । ଗ୍ରାମଞ୍ଚଳରେ ରହିଥିବା ଯେକୋଣସି ପରିବାରର ପଞ୍ଜିକରଣ ଓ ଜବକାର୍ଡ ନିମନ୍ତେ ନିଜର ନାମ, ବୟସ ଓ ପରିବାର ସେମାନଙ୍କର ଠିକାଣା , ସେମାନଙ୍କର ଗ୍ରାମପଞ୍ଚାୟତରେ ଦାଖଲ କରିଥାନ୍ତି ଏବଂ ଏହାପରେ ରେଜିଷ୍ଟାର ରେ ନାମ ଲିଖିତ ହୋଇଥିବା ବ୍ୟକ୍ତି କୁ ପ୍ରଥମେ ଗୋଟିଏ ଦରଖାସ୍ତ ନିଜର ଗ୍ରାମପଞ୍ଚାୟତ କିମ୍ବା Programmer Officer ଙ୍କ ପାଖଲେ ଦାଖଲ କରିବାକୁ ପରିଥାଏ ।

ପଞ୍ଚାୟତ କିମ୍ବା Programmer Officer ଦରଖାସ୍ତ କୁ ଗ୍ରହଣ କରିବାପରେ ସେଥିରେ ଦରଖାସ୍ତ ଗ୍ରହଣର ତାରିଖ କେଉଁ କାମ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଛି ତାହା ଉପସ୍ଥାପନା କରି ତାହାକୁ ଦରଖାସ୍ତ ଗ୍ରହଣ କାରୀଙ୍କ ପାଖ୍୍କୁ ପଠାଯାଏ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପ୍ରଦର୍ଶନ ବୋର୍ଡ ରେ ଲଗାଯାଇଥାଏ । ଗ୍ରାମ ପଞ୍ଚାୟତ ଦରଖାସ୍ତ ପ୍ରଦାନର 15 ଦିନ ମଧ୍ୟରେ ହିତାଧିକାରୀ କୁ ନିଜ ଗ୍ରାମର 5KM ରୁ ଅଧିକ ଦୂରରେ କାମ ଯୋଗାଇ ଦିଆଯାଏ ତାହେଲେ ହିତାଧିକାରୀ କୁ ଅଧିକ ପରିଶ୍ରମିକ ମିଳିବାର ନିୟମ ଅଛି ।

MGNREGS ଅନ୍ତଭୁକ୍ତ କାର୍ଯ୍ୟ

  • ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ MGNREGS ଅଧିନରେ ସଂପୃକ୍ତ ରାଜ୍ୟରେ କେଉଁ କେଉଁ କାର୍ଯ୍ୟ ହେବ ଏବଂ କେଉଁ କାର୍ଯ୍ୟ ଗୁଡିକୁ ପ୍ରାଥମିକତା ଦିଆଯିବ ତାହା ନିର୍ଣ୍ଣୟ କରିଥାନ୍ତି । ଏଥି ସହିତ ଗ୍ରାମଞ୍ଚଳ ମାନଙ୍କରେ କୃଷି ପଶୁପାଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ମାଧ୍ୟମରେ ଗ୍ରାମାଞ୍ଚଳ କୁ ଉନ୍ନତ ସାଧନ କରିଥାନ୍ତି ।
  • MGNREGS କାମ ଗୁଡିକୁ 10 ଟି ଶ୍ରେଣୀ ରେ ଅନ୍ତଭୁକ୍ତ କରାଯାଇଛି ଯଥା ଜଳଛାୟା ପ୍ରକଳ୍ପ, ଜଳସେଚନ ଓ ବନ୍ୟାଞ୍ଚଳ ପରିଚାଳନା, କୃଷି ଓ ପଶୁ ପାଳନ ସମ୍ବନ୍ଧୀୟ କାର୍ଯ୍ୟ, ମତ୍ସ୍ୟଚାଷ, ଗ୍ରାମଞ୍ଚଳ ମାନଙ୍କରେ ପାନିୟ ଜଳ ଏବଂ ସଫେଇ କାର୍ଯ୍ୟ ଅନ୍ତଭୁକ୍ତ ଅଟେ ।
  • MGNREGS ଅଧିନ ରେ ସଂପୃକ୍ତ ପଞ୍ଚାୟତରେ କେଉଁ କାର୍ଯ୍ୟ ହେବ, କେଉଁ କାର୍ଯ୍ୟ ଗୁଡିକୁ ପ୍ରାଥମିକତା ଦିଆଯିବ ଏବଂ ହିତାଧିକାରୀ ଅଣକୁଶଳୀ ଶ୍ରମିକ କେଉଁ କାର୍ଯ୍ୟ କରିବେ ତାହା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଉଥିବା ଗ୍ରାମସଭା – ପଲ୍ଲୀସଭା ରେ ସ୍ଥିରିକୃତ ହୋଇଥାଏ ।
  • ବର୍ତ୍ତମାନ ଗ୍ରାମଞ୍ଚଳ ସଫେଇ ପାଇଁ MGNREGS ରେ ପାଇଖାନା ନିର୍ମାଣ Vermi Compost ନିର୍ମାମ କରାଯାଉଛି । MGNREGS ଅନ୍ତଭୂକ୍ତ କାର୍ଯ୍ୟ ଗୁଡିକ 60.40 ଅନୁପାତ ରେ ଶ୍ରମିକ ଏବଂ ସାମଗ୍ରିକ ଉପାଦାନ ଗ୍ରାମପଞ୍ଚାୟତରେ ପରିଚାଳନା ହୋଇଥିବା ଏବଂ ଅନ୍ୟ କେତେକ କାମ ନମନୀୟ ହୋଇଥିବା ରୁ ଏହି ଅନୁପାତରେ କରାନଯାଇ ବ୍ୟବହାରିକ ଆବଶ୍ୟକତା ଅନୁପାତରେ କରାଯାଇଥାଏ ।
  • ପଞ୍ଚାୟତ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ମଧ୍ୟ MGNREGS କାର୍ଯ୍ୟରେ ଅର୍ନ୍ତଭୁକ୍ତ ଅଟେ । ଅଗଷ୍ଟ 13.2015 ମସିହାରେ ସମ୍ପାଦକ IWCD ଓ ସମ୍ପାଦକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିୟମ ପ୍ରସ୍ତୁତ କରିଥିଲେ । MGNREGS ଅଧିନରେ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ 5 ଲକ୍ଷ ଟଙ୍କା ଦେବାର ନିୟମ ରହିଛି ଏବଂ କାର୍ଯ୍ୟ ଗୁଡିକ ଯଥା Finishing, Flooring , Painting, Plumbing, Electrification, Wood Work ଇତ୍ୟାଦି କାମ KDCP ପାଣ୍ଠିରୁ କରାଯାଇଥାଏ ।

ସର୍ବୋଚ୍ଚ ଅଧିକାରୀ ଙ୍କ କାର୍ଯ୍ୟ।ଳୟ

ପରିକଳ୍ପନା ନିର୍ଦେଶକ , ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ବଲାଙ୍ଗିର

କାର୍ଯ୍ୟ।ଳୟ ର ଠିକଣା

ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ବଲାଙ୍ଗିର
ସ୍ଥା/ପୋ/ଜି.- ବଲାଙ୍ଗିର , ପିନ – ୭୬୭୦୦୧
ଫୋନ ନଂ – ୦୬୬୫୨- ୨୩୨୮୬୩
ଇମେଲ – oridbolangir[at]nic.in