ବନ୍ଦ କରନ୍ତୁ

କୃଷି

ଭୈାଗୋଳିକ ସ୍ଥିତି

ତା.୦୧.୧୧.୧୯୪୯ ଦିନ ବଲାଙ୍ଗିର ଜିଲ୍ଲା ଗଠନ କରାଯାଇଥିଲା । ତା. ୦୧.୦୪.୧୯୯୩ ଦିନ ବଲାଙ୍ଗିର ଜିଲ୍ଲାରୁ ସୋନପୁର ଅଲଗା ହୋଇ ସୋନପୁର ଜିଲ୍ଲାର ମାନ୍ୟତା ପାଇଲା । ବଲାଙ୍ଗିର ଜିଲ୍ଲା ପୂର୍ବରେ ବୈାଦ୍ଧ ଓ ସୋନପୁର, ପଶ୍ଚିମରେ ନୂଆପଡ଼ା, ଦକ୍ଷିଣରେ କଲାହାଣ୍ଡି ତଥା ଉତ୍ତରରେ ବରଗଡ଼ ଜିଲ୍ଲା ଦ୍ୱାରା ଆବଦ୍ଧ ହୋଇ ରହିଛି । ଏହା ୨୦ ୧୧’ ୪୦’’ ରୁ ୨୧ ୦୫’ ୦୮’’ ଉତ୍ତର ଆକ୍ଷାଂଶ ଓ ୮୨ ୪୧’ ୧୫’’ ରୁ ୮୩ ୪୦’ ୨୭’’ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହି ଜିଲ୍ଲା ପଶ୍ଚିମ କେନ୍ଦ୍ର ମାଳଭୂମି ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ କି ଶୁଷ୍କ ଓ ଆର୍ଦ ଜଳବାୟୁର ଅନୁଭୁତି ହୁଏ । ଏହାର ଅବସ୍ଥିତି ଓ କୃଷିକୁ ଆଧାର କରି ବଲାଙ୍ଗିର ଜିଲ୍ଲାକୁ ଚାରୋଟି ଏଗ୍ରୋ ଇକୋଲୋଜିକାଲ ଅବସ୍ଥିତି ରେ ବିଭକ୍ତ କରାଯାଇଛି ଏବଂ ଏପ୍ରକାର ଅବସ୍ଥିତି ଦ୍ୱାରା ଗ୍ରୀଷ୍ମୃୃଋତୁରେ ଅତ୍ୟଧିକ ଗରମ ଓ ବର୍ଷାଦିନେ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ ଦ୍ୱାରା ବର୍ଷାହୁଏ ।

  •  ଜଳସେଚିତ ସମତଳ ଭୂମି
  • ବର୍ଷା ପ୍ରଭାବିତ ସମତଳ ଭୂମି
  • ମରୁଡ଼ି ପ୍ରବଣ ଅସମତଳ ଭୁମି
  • ଅସମତଳ ବର୍ଷା ପ୍ରଭାବିତ ମାଳଭୂମି ଅଞ୍ଚଳ

ଜମି ସମ୍ପର୍କିତ ତଥ୍ୟ (ହେକ୍ଟର ରେ) :–

  • ଭୈାଗଳିକ ଆୟତନ – ୬୫୮୨୦୦
  • କୃଷି ଉପଯୋଗୀ ଜମି – ୩୪୫୪୭
  • ଉଚ୍ଚ ଜମି – ୧୮୯୩୨୫
  • ମଧ୍ୟମ ଜମି – ୭୦୧୫୫
  • ଖାଲୁଆ ଜମି – ୮୫୯୫୫
ବ୍ଲକ ଅନୁଯାୟୀ ଚାଷ ଜମିର ବିବରଣୀ (ହେକ୍ଟର ରେ)
କ୍ରମି. ସଂଖ୍ୟା ବ୍ଲକ ଉଚ୍ଚ(ଆଟ) ଉଚ୍ଚ(ମଲ) ଉଚ୍ଚ(ମୋଟ ) ମଧ୍ୟମ ନିଚ୍ଚ ମୋଟ
ବଲାଙ୍ଗିର ୭୭୬୯ ୬୨୧୪ ୧୩୯୮୩ ୨୭୭୮ ୩୩୭୪ ୨୦୧୩୫
ଦେଓଗାଁ ୫୫୪୩ ୮୧୪୭ ୧୩୬୯୦ ୩୬୨୦ ୨୮୬୫ ୨୦୧୭୫
ଗୁଡଭେଲା ୪୯୪୮ ୧୫୯୫ ୬୫୪୩ ୨୧୯୨ ୪୩୮୦ ୧୩୧୧୫
ପୁଇଁତଳା ୩୯୭୭ ୫୧୩୫ ୯୧୧୨ ୫୩୧୪ ୭୪୭୦ ୨୧୯୯୫
ଲୋଇସିଂହା ୯୨୬୧ ୧୯୯୩ ୧୧୨୫୪ ୩୮୩୯ ୬୧୨୨ ୨୧୨୧୫
ଆଗଲପୁର ୩୮୪୩ ୭୪୮୧ ୧୧୩୨୪ ୪୮୨୮ ୫୫୨୩ ୨୧୬୭୫
ମୋଟ ବଲାଙ୍ଗିର ୩୫୩୪୧ ୩୦୫୬୫ ୬୫୯୦୬ ୨୨୬୭୦ ୨୯୭୩୪ ୧୧୮୩୧୦
ପାଟଣାଗଡ଼ ୧୫୨୦୮ ୫୨୨୯ ୨୦୪୩୭ ୧୦୧୦୯ ୧୦୫୭୪ ୪୧୧୨୦
ବେଲପଡା ୧୫୩୩୮ ୫୯୫୮ ୨୧୨୯୬ ୬୯୬୧ ୭୫୫୩ ୩୫୮୧୦
ଖପରାଖୋଲ ୮୩୫୬ ୭୭୧୩ ୧୬୦୬୯ ୭୦୦୦ ୫୯୩୧ ୨୯୦୦୦
ମୋଟ ପାଟଣାଗଡ ୩୮୯୦୨ ୧୮୯୦୦ ୫୭୮୦୨ ୨୪୦୭୦ ୨୪୦୫୮ ୧୦୫୯୩୦
୧୦ ଟିଟିଲାଗଡ ୬୯୨୨ ୩୯୩୫ ୧୦୮୫୭ ୮୧୯୦ ୬୭୭୮ ୨୫୮୨୫
୧୧ ସଇଁତଳା ୧୦୦୨୦ ୨୪୪୫ ୧୨୪୬୫ ୩୨୫୩ ୫୯୩୨ ୨୧୬୫୦
12 ମୁରିବାହାଲ ୧୦୭୧୫ ୨୮୫୬ ୧୩୫୭୧ ୫୬୯୨ ୭୮୭୭ ୨୭୧୪୦
୧୩ ବଙ୍ଗୋମୁଣ୍ଡା ୯୮୧୮ ୩୧୨୯ ୧୨୯୪୭ ୩୩୮୯ ୬୯୪୦ ୨୩୩୧୦
୧୪ ତୁରେଇକେଲା ୧୦୯୩୦ ୪୮୪୭ ୧୫୭୭୭ ୨୮୯୧ ୪୬୪୨ ୨୩୩୧୦
ମୋଟ ଟିଟିଲାଗଡ ୪୮୪୦୫ ୧୭୨୧୨ ୬୫୬୧୭ ୨୩୪୧୫ ୩୨୨୦୩ ୧୨୧୨୩୫
ମୋଟ ବଲାଙ୍ଗିର ୧୨୨୬୪୮ ୬୬୬୭୭ ୧୮୯୩୨୫ ୭୦୧୫୫ ୮୫୯୯୫ ୩୪୫୪୭୫

ମୃର୍ତ୍ତିକାର ପ୍ରକାର ଭେଦ :–

ବଲାଙ୍ଗିର ଜିଲ୍ଲାରେ ପ୍ରାୟତଃ ଲାଲ ଏବଂ ହଳଦିଆ, ଲାଲ ଓ କଳା ଏବଂ ଲାଲ ଓ ଧୁସର ଜଙ୍ଗଲ, କୃଷ୍ଣକାରର୍ପାସ୍ ମୃତ୍ତିକା ଦେଖାଯାଏ ।

ସାଧାରଣ ଓ ପ୍ରାକୃତିକ ବର୍ଷା

ବଲାଙ୍ଗିର ଜିଲ୍ଲ୍ରାେ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁର ପ୍ରଭାବରେ ସାଧାରଣତଃ ୫୯.୬ ଦିନରେ ୧୨୮୯.୮ ମି.ମି. ବର୍ଷା ହୋଇଥାଏ । ଜିଲ୍ଲାର ଥଣ୍ଡା ମାସ ଡିସେମ୍ବର ମାସ ହୋଇଥିବାବେଳେ ମଇ ମାସ ଉତ୍ତପ୍ତ ମାସ ଅଟେ । ଜିଲ୍ଲାର ସାଧାରଣ ବାର୍ଷିକ ବୃଷ୍ଟିପାତ ୧୪୪୦ ମି.ମି. (୧୯୦୧ – ୧୯୫୦) ଥିଲା ମାତ୍ର ତାହା କ୍ରମଶଃ କମି କମି ୧୯୦୧-୧୯୯୦ ମଧ୍ୟରେ ବାର୍ଷିକ ଏହାର ହାର ୧୨୮୯.୮ ମି.ମି. କୁ ଖସି ଆସିଛି । ୧୯୦୧ ରୁ ୧୯୫୦ ମଧ୍ୟରେ ବାର୍ଷିକ ବର୍ଷା ଦିନର ହାର ୬୭ ଦିନ ଥିଲା କିନ୍ତୁ ୧୯୦୧ ରୁ ୧୯୯୦ ମଧ୍ୟରେ ଏହା ୫୯.୬ ଦିନ ହୋଇଯାଇଛି ।

ବଲାଙ୍ଗିର ଜିଲ୍ଲାର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୪.୯ ଡିଗ୍ରୀ ସେଲସିୟସ୍ ଓ ୨୧.୦ ଡିଗ୍ରୀ ସେଲସିୟସ୍ ଏବଂ ସକାଳର ଆର୍ଦ୍ରତା ୬୭% ହୋଇଥିବାବେଳେ ସନ୍ଧ୍ୟାର ଆର୍ଦ୍ରତା ୫୭% ଅଟେ । ବେଳେବେଳେ ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମତ୍ରା ୫୦ ଡିଗ୍ରୀ ସେଣ୍ଟିଗ୍ରେଡ ରୁ ଅଧିକ ହୋଇଯାଏ ।

ସାଧାରଣ ଓ ପ୍ରାକୃତିକ ବର୍ଷା
ବର୍ଷ ଜାନୁୟାରୀ ଫେବୃୟାରୀ ମାର୍ଚ୍ଚ ଏପ୍ରିଲ ମଈ ଜୁନ ଜୁଲି ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର ମୋଟ
ବର୍ଷା ୮.୬ ୧୩.୨ ୧୪.୬ ୧୩.୪ ୨୭.୮ ୨୦୨.୮ ୩୬୦.୫ ୩୩୩.୬ ୨୩୭.୪ ୬୮.୪ ୭.୨ ୨.୩ ୧୨୮୯
ବର୍ଷାଦିନ ୦.୬ ୧.୨ ୧.୨ ୧.୯ ୯.୨ ୧୫ ୧୪.୬ ୧୦.୪ ୩.୯ ୦.୪ ୦.୨ ୫୯.୬

ଜଳସେଚନ

ହୀରାକୁଦ ଜଳସେଚିତ ଅଞ୍ଚଳ ବ୍ୟତିତ ଏହି ଜିଲ୍ଲାରେ ଦୀର୍ଘସ୍ଥାୟୀ ଜଳ ସେଚିତ ଅଞ୍ଚଳ ନାହିଁ । ଜଳସେଚନ ପାଇଁ କେତେକ ଉଦିଷ୍ଟ ପ୍ରକଳ୍ପ ମୈାସୁମୀ ବର୍ଷା ଉପରେ ନିର୍ଭର କରିଥାଏ । ବିଭିନ୍ନ ସୁତ୍ରରୁ ଉପଲବ୍ଧ ଜଳସେଚନ ସୁବିଧା ନିମ୍ନରେ ପ୍ରଦତ୍ତ କରାଗଲା ।

ଖରିଫ ଏବଂ ରବି ଋତୁ ସମୟରେ ଜଳସେଚନ ଉପଲବ୍ଧ ଜମିର ପରିମାଣ (ହେକ୍ଟର ରେ)
କ୍ର. ସଂଖ୍ୟା ଜଳସେଚନ ର ଊସ୍ସ ଖରିଫ ଋତୁ ରବି ଋତୁ
ବୃହତ ଜଳସେଚନ ପ୍ରକଳ୍ପ ୬୭୭ ୩୫୦
ମଧ୍ୟମ ଜଳସେଚନ ପ୍ରକଳ୍ପ ୮୨୪୩ ୧୦୦
କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ୧୭୬୫୬ ୪୭୨
ଉଠା ଜଳସେଚନ ପ୍ରକଳ୍ପ ୨୦୩୧୦ ୧୦୬୫୬
ବୃହତ ଉଠା ଜଳସେଚନ ପ୍ରକଳ୍ପ ୭୫୦
ଖନନ କୂପ ୨୩୨୦୬ ୪୭୩୪
ନଳକୂପ ୧୭୫୫୭ ୧୩୪୫୫
କ୍ଷୁଦ୍ର ଉଠା ଜଳସେଚନ ୭୧୫ ୭୦
ନଦୀରୁ ଉଠା ଜଳସେଚନ ୨୯୮୭ ୧୫୩୯
୧୦ ଅନ୍ୟାନ୍ୟ ୧୦୦୭୦ ୨୭୬୮
ମୋଟ ୧୦୨୧୭୧ ୩୪୧୪୪

ପ୍ରାକୃତିକ ବିବର୍ଯୟ :–

ବିଭିନ୍ନ ସମୟରେ ଏହି ଜିଲ୍ଲା ପ୍ରାକୃତିକ ବିପର୍ଯୟ ର ସମ୍ମୁଖୀନ ହୋଇଥାଏ । ବର୍ଷୱାରୀ ମୁଖ୍ୟ ପ୍ରାକୃତିକ ବିପର୍ଯୟର ତାଲିକା ନିମ୍ନରେ ଦିଆଗଲା ।

ପ୍ରାକୃତିକ ବିବର୍ଯୟ
ବର୍ଷ ବିପର୍ଯୟ
୧୯୭୪ ମରୁଡ଼ି
1979 ମରୁଡ଼ି
୧୯୭୯ ମରୁଡ଼ି
୧୯୮୨ ମରୁଡ଼ି ଓ ବନ୍ୟା
୧୯୮୭ ମରୁଡ଼ି
୧୯୯୨ ମରୁଡ଼ି
୧୯୯୬ ମରୁଡ଼ି
୧୯୯୮ ମରୁଡ଼ି
୨୦୦୦ ମରୁଡ଼ି
୨୦୦୧ କପା ଚାଷରେ ରୋଗ ପୋକ
୨୦୦୨ ମରୁଡ଼ି
୨୦୦୪ ମରୁଡ଼ି
୨୦୦୫ ମରୁଡ଼ି
୨୦୦୬ ବନ୍ୟା
୨୦୦୭ ବନ୍ୟା
୨୦୦୮ ବନ୍ୟା
୨୦୦୯ ମରୁଡ଼ି
୨୦୧୦ ମରୁଡ଼ି ଓ ବର୍ଷା
୨୦୧୧ ମରୁଡ଼ି
୨୦୧୫ ମରୁଡ଼ି
୨୦୧୭ ମରୁଡ଼ି
  • ବ୍ଲକ୍ ସଂଖ୍ୟା – ୧୪
  • ଗ୍ରାମ ସଂଖ୍ୟା – ୧୭୭୧+୫ local bodies
  • ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସଂଖ୍ୟା – ୩୧୭+୫local bodies
  • କୃଷି ଜିଲ୍ଲା – ୦୩
  • ସହକାରୀ କୃଷି ଅଧିକାରୀ ଙ୍କ ଅଞ୍ଚଳ – ୨୮
  • ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ଅଞ୍ଚଳ – ୨୩୫
  • କୃଷି ଫାର୍ମ – ୩
  • ସମବାୟ ସମିତି – ୧୫୮

ଲୋକ ସଂଖ୍ୟା (୨୦୧୧ ଗଣନା):

ପୁରୁଷ ସଂଖ୍ୟା -୮୩୦୦୯୭
ମହିଳା ସଂଖ୍ୟା—୮୧୮୯୦୦
ମୋଟ ସଂଖ୍ୟା – ୧୬୪୮୯୯୭

ଚାଷ କରୁଥିବା ପରିବାର ସଂଖ୍ୟା :-

ମଧ୍ୟମ ଚାଷୀ – ୧୭୭୮୭୦
ନାମମାତ୍ର ଚାଷୀ – ୫୦୯୯୦
ବଡ ଚାଷୀ – ୨୦୭୦୧
ମୋଟ ଚାଷୀ ପରିବାର-୨୪୯୫୬୧

ବିହନ ଓ ସାର ବିକ୍ରୟ କେନ୍ଦ୍ର :-

ବିହନ ଓ ସାର ବିକ୍ରୟ କେନ୍ଦ୍ର
ବିକ୍ରୟ କେନ୍ଦ୍ର ପାଇକାରୀ ବେପାରୀ (ବେସରକାରୀ) ପାଇକାରୀ ବେପାରୀ (ସରକାରୀ) ଖୁଚୁରା ବେପାରୀ ସମବାୟ ସଂସ୍ଥା
ବିହନ ୪୦୨ ୧୫୮
ସାର ୨୧  ୦୨ ୮୧୫ ୧୫୮
କୀଟନାଶକ ୪୪ ୧୪

ସର୍ବୋଚ୍ଚ ଅଧିକାରୀ ଙ୍କ କାର୍ଯ୍ୟ।ଳୟ

ଡେପୁଟି ନିର୍ଦେଶକ , କୃଷି ବିଭାଗ
ସ୍ଥାନ – ଆଦର୍ଶ ପଡା
ଡା/ଜି. – ବଲାଙ୍ଗିର  ପିନ- ୭୬୭୦୦୨
ଫୋନ – ୦୬୬୫୨- ୨୫୦୧୯୫

ଇମେଲ – ddabolangir.dag[at]nic.in