ଅର୍ଥବ୍ୟବସ୍ଥା

ବଲାଙ୍ଗିର ପ୍ରଧାନତଃ ଏକ କୃଷିଭୀତି କ ଜିଲ୍ଲା , ଯାହାର ୭୦ (ପ୍ରତିଶତ ) ରୁ ଉର୍ଦ୍ଧ ଜନସଂଖ୍ୟା ନିଜର ଜୀବିକା ନିର୍ବାହ ନିମନ୍ତେ କୃଷି ଉପରେ ନିର୍ଭରଶୀଳ । ବଲାଙ୍ଗିର ର ବିଭିନ୍ନ ପ୍ରକାର କୃଷି ଫସଲ ମଧ୍ୟରେ କପା ଚାଷ ଅନ୍ୟତମ । ଜିଲ୍ଲାରେ ଏତତ ବ୍ୟତିତ ଧାନ , ରାଶି, ସୋରିଷ ଇତ୍ୟାଦି ମଧ୍ୟ ଉତ୍ପାଦିତ ହୋଇଥାଏ । ଅଧିକାଂଶ ସ୍ଥାନରେ ସମାନ ପ୍ରକାର ର କୃଷି ପ୍ରଣାଳୀ ଆଦୃତ ହୋଇଥାଏ । ୧୯୯୭ ମସିହା ର ସର୍ବେକ୍ଷଣ ଅନୁଯାୟୀ ଜିଲ୍ଲାର ୪,୧୪,୭୪୯ ଘର ମଧ୍ୟରୁ ୩,୬୯,୨୭୩ ଟି ଘର ସହରାଞ୍ଚଳ ଏବଂ ୪୫,୪୭୬ ଟି ଘର ଗ୍ରାମଚଂଳ ଅନ୍ତର୍ଭୁକ୍ତ । ବହୁ ସଂଖ୍ୟକ ଗରିବ ଲୋକ ଦାଦନ ଶ୍ରମିକ ରୂପରେ ହଇଦ୍ରାବାଦ, ରାୟପୁର କୁ କାର୍ଯ୍ୟନୁସନ୍ଧାନରେ ସ୍ଥାନାନ୍ତରିତ ହେଉଛନ୍ତି । ଏହା ହି ସେମାନଙ୍କ ପିଲାମନଙ୍କ ଶିକ୍ଷା କ୍ଷେତ୍ରରେ ମୂଳ/ମୁଖ୍ୟ ବାଧା ସୃଷ୍ଟି କରୁଛି । ୫୦ ପ୍ରତିଶତ ମହିଳା କୃଷିଭିତି କ କାର୍ଯ୍ୟରେ ଏବଂ ପ୍ରାୟ ୯୦ ପ୍ରତିଶତ ଗ୍ରାମୀଣ ମହିଳା ଏନ.ଟି.ଏଫ.ପି(N.T.F.P/ Non Timber Forest Product) ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଯଥା କେନ୍ଦୁପତ୍ର, ମହୁଲ ,ଝାଡୁ ଇତ୍ୟାଦି ସଂଗ୍ରହରେ ନିୟୋଜିତ ହୋଇ ନିଜର ଆୟ ଉପାର୍ଜନ କରିଥାନ୍ତି । ଗତ ୨ ବର୍ଷରୁ ଅନେକ ଗୁଡିଏ ସ୍ଵୟଂ ସହାୟକ ଗୋଷ୍ଠୀ ଉଭୟ ସରକାରୀ ଏବଂ ବେସରକାରୀ ଭାବରେ ସଂଗଠିତ ହୋଇ ସେମାନଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସହାୟତା କରୁଛନ୍ତି । ଏତତବ୍ୟତିତ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଆୟ ଉପାର୍ଜନଶୀଳ କାର୍ଯ୍ୟକ୍ରମ ଜନସାଧାରଣ ଙ୍କ ଉଦେଶ୍ୟ ରେ ଉସ୍ସର୍ଗକୃତ କରିଛନ୍ତି ।

ଖଣିଜ ଏବଂ ଶିଳ୍ପ

ଗ୍ରାଫାଇଟ,ବକ୍ସାଇଟ,ମାଙ୍ଗାନିଜ, ଜିଙ୍କ ଏବଂ ହୀରା ଇତ୍ୟାଦି ଜିଲ୍ଲାର ପ୍ରମୁଖ ଖଣିଜ ସମ୍ପଦ । ଜିଲ୍ଲାର ମଧୁର ଜଳ ମାଛ ଉତ୍ପାଦନ ୩୬୩୦.୫୪ ମେଟ୍ରିକ ଟନ । ସେହିଭଳି ଦୁଗ୍ଧ ଏବଂ ଅଣ୍ଡା ଉତ୍ପାଦନ ମାତ୍ରା ଯଥାକ୍ରମେ ୩୩୯୨୦୦୦ ମେଟ୍ରିକ ଟନ/ ନିୟୁତ ଟନ ଓ ୪୪୭.୦୧ ନିୟୁତ । ପ୍ରାୟ ୭୩ ହେକ୍ଟର ଜମିରେ ପ୍ରାୟ ୫୨ ଜଣ ଶ୍ରମିକ କାର୍ଯ୍ୟରତ । ଏହାବ୍ୟତିତ ଜିଲ୍ଲାରେ ପ୍ରାୟ ୧୦୫ ଟି କ୍ଷୁଦ୍ର ,୧୫୬୦ ଟି ଲଘୁ ଏବଂ ୧୨୭୧୪ ଟି ହସ୍ତତନ୍ତ ଶିଳ୍ପାନୁଷ୍ଠାନ ଗଢିଉଠିଛି ।